ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଛତ୍ରପୁର ସ୍ଥିତ ରିକାପଲ୍ଲୀ କସ୍ତୁରବା ଆବାସିକ ବିଦ୍ୟାଳୟ ପରିସରରେ ଚତୁର୍ଥ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ରିତା ରଥ ଙ୍କ ପୌରହିତ୍ୟ ରେ ୧୫୦ ଜଣ ବିଦ୍ୟାର୍ଥୀ ଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲେ।

ଏହି ଅବସରରେ ଛତ୍ରପୁର ଏନଏସି ର ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଏବଂ ଏବିଇଓ ସଂଯୁକ୍ତା ରଥ ଅତିଥି ଭାବେ ଯୋଗ ଦେଇଥିଲେ,ସମସ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ ପାଇକରାୟ ଓ ଦୀପାଞ୍ଜଳୀ ମହାନ୍ତି ସହ ଯୋଗ କରିଥିଲେ।

Share This Article