ସମ୍ୱଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜିଠୁ ଦୁଇ ଦିନ ହେବ ବିଦ୍ୟୁତ କାଟ୍

Odisha Hot News
1 Min Read

ଭୁବନେଶ୍ଵର: ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ୧୩୨/୩୩ କେ.ଭି. ସମ୍ୱଲପୁର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ଦୁଇଦିନ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏନେଇ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି।

୧୩୨/୩୩ କେ.ଭି. ସମ୍ୱଲପୁର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଚେରୁଆପଡ଼ା, ଝାରୁଆପଡ଼ା, ବଡ଼ବଜାର, ବଲବସପୁର, ବାଲିବନ୍ଧା, ବରମୁଣ୍ଡା, ଭାଲୁପାଲି, ଫାର୍ମ ରୋଡ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କାଇଁସିର୍ ରୋଡ଼, ଏନ.ଗୁହା ଲେନ୍, ପିଏଚଡ଼ି, ରେଲୱେ ଷ୍ଟେସନ ଅଞ୍ଚଳ, ସମଲେଶ୍ୱରୀ ମନ୍ଦିର ଅଞ୍ଚଳ, ଲକ୍ଷ୍ମୀଟକିଜ୍, ପୋଲିସ୍ ଲାଇନ୍ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଜାନୁଆରୀ ୧୬ ଓ ୧୭ ତାରିଖ ୨ ଦିନ ଧରି ସକାଳ ୯.୩୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।

Share This Article