ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ଉତ୍ସବ ପାରମ୍ପରିକ ରୀତିରେ ସମ୍ପନ୍ନ

Odisha Hot News
1 Min Read

ପୁରୀ: ପୌଷପୂର୍ଣ୍ଣିମା ଅବସରରେ ପରମ୍ପରାନୁସାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପୂର୍ବରୁ ବରୁଣ ପୂଜା, ବର୍ଧନ ପୂଜା, କଳସ ପୂଜା, ଓ ରାମାଭିଷେକ ପଟି ପୂଜା ସହ ଅନ୍ୟାନ୍ୟ ପାରମ୍ପରିକ ନୀତି ବିଧାନ ହୋଇଥିଲା।

ଗଜପତିଙ୍କ ଅଭିଷେକ ପ୍ରାରମ୍ଭରେ ଅଭିମନ୍ତ୍ରିତ ଜଳ ଦ୍ୱାରା ସ୍ନାନ, ମନ୍ତ୍ର ଉଚ୍ଚାରଣ ସହ ନୂଆ ପଇତା ଲାଗିବା ହୋଇଥିଲା। ଏହାରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଉପସ୍ଥିତ ରହି ଗଜପତିଙ୍କୁ ଗୁଆ, ନଡ଼ିଆ, ଓ ପଇତା ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ରାଜ ପୁରୋହିତ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଶୁଭ ଏବଂ ମଙ୍ଗଳ ଭବିଷ୍ୟତ ପାଇଁ କାମନା କରିଥିଲେ।

ଗଜପତି ମହାରାଜ ପାରମ୍ପରିକ ଗଜପତି ପୋଷାକରେ ସିଂହାସନ ଆରୋହଣ କରି ରାଜ୍ୟର ଶୁଭ ଓ ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପରମ୍ପରାଗତ ରୀତିନୀତି ସହ ଶ୍ରୀନଅରରେ ଅଭିଷେକ ଅନୁଷ୍ଠିତ ହୋଇ ଗଜପତିଙ୍କ ରାଜସାତ୍ତ୍ୱିକତାକୁ ମଜବୁତ କରାଯାଇଥିଲା।

Share This Article