ଘନ କୁହୁଡି ବଳୟରେ ରାଜ୍ୟ, ୟେଲୋ ଆଲର୍ଟ ଜାରି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଆଜି ଘନ କୁହୁଡି ବଳୟ ଦେଖିବାକୁ ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଯେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିପଡ଼ିବାର ସମ୍ଭାବନା ରହିଛି।

କେତେକ ସ୍ଥାନରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ଦେଖାଯାଇପାରେ। ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହେବ।

୧୭ ତାରିଖରୁ ଖରା ଶୀତର ସମ୍ଭାବନା

ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୭ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ। ଉପାନ୍ତ ଅଞ୍ଚଳରୁ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର ପଶ୍ଚିମା ପବନର ପ୍ରଭାବ ବଢ଼ିବ ବୋଲି ଅନୁମାନ କରିଛି। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭବ ହେବ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ପ୍ରଭାବ ରହିବାର ସମ୍ଭାବନା ରହିଛି।

ପାଗ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ

ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ପାଗରେ କୌଣସି ବୈଷମ୍ୟ ହେବା ନାହିଁ। ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। କେତେକ ଜିଲ୍ଲାରେ ଘନ କୁହୁଡି ସହ ହାଲୁକା ଶୀତ ଅନୁଭବ କରିବାକୁ ମିଳିପାରେ। ଏଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Share This Article