କେନ୍ଦୁଝର ଝୁମ୍ପୁରା ଠାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର/ କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର ଉଦଘାଟନ କରିଛନ୍ତି।

ଏହି ଅବସରରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏକ MoU ସ୍ବାକ୍ଷରିତ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆ ଯାଉଛି। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି।

ଉଦଘାଟିତ ଏହି ସେତୁ ଟି ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହା ଦ୍ବାରା ଝୁମ୍ପୁରା ଓ ଶ୍ରୀ ରାମପୁର ଗ୍ରାମ ଯୋଡ଼ି ହୋଇ ଯୋଗାଯୋଗର ସୁବିଧା ହୋଇ ପାରିଛି। ଏହା ଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାର ରୁ ୧୦ ହଜାର ଲୋକ ଉପକୃତ ହେବେ।

ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ ୧୭୫ ମିଟର।

Share This Article