ଓଡ଼ିଆ ଯାତ୍ରା ପ୍ରେମୀଙ୍କ ପାଇଁ ବଡ ଖବର: ଏଥର ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ମନା

Odisha Hot News
1 Min Read

ଭୁବନେଶ୍ଵର: ଓଡିଆ ଯାତ୍ରା ଜଗତରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବାର ଅଭିଯୋଗ ହେଉଛି। ଏନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଉଥିବା ବେଳେ କୌଣସି ବ୍ୟକ୍ତି ନିଜ ପରିବାର ସହିତ ବସି ଯାତ୍ରା ଦେଖିବା ପାଇଁ କୁଣ୍ଠିତ ହେଉଛି। ଅନେକ ଏହିପରି ଅଶ୍ଳୀଳତାକୁ ବିରୋଧ କରୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଛି।

ତେବେ ଏନେଇ ଏକ ବଡ ଖବର ଆସିଛି। ଭୁବନେଶ୍ଵର ଖଣ୍ଡଗିରି ଯାତ୍ରାରେ ଦର୍ଶକ ପାଇଁ ସୁସ୍ଥ ବାତାବରଣ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହେଉଛି। ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ କଟକଣା ଲାଗିଛି।

ସୂଚନା ଅନୁଯାୟୀ ଆଜି ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଚଳିତ ବର୍ଷ ମାଘ ସପ୍ତମୀରୁ ୧୨ ଟି ଯାତ୍ରା ପାର୍ଟି ଖଣ୍ଡଗିରି ପଡିଆରେ ଯାତ୍ରା ପରିବେଷଣ କରିବେ।

Share This Article