ମକର ସଂକ୍ରାନ୍ତିରେ କେନ୍ଦୁଝରରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ସକାଳୁ ସ୍ନାନ ବା ବୁଡ ପକାଇଲେ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ବିଭିନ୍ନ ପବିତ୍ର ନଦୀ ବା ପୁଷ୍କରଣୀରେ ଏହି କାର୍ଯ୍ୟ କରାଯାଇଥାଏ।

ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳାଷ ଯେଉଁଠାକୁ ହଜାରହଜାର ସଂଖ୍ୟାର ଭକ୍ତମାନେ ଏକାଠି ହୋଇ ବୁଡ ପକାଇଛନ୍ତି।

ତେବେ ସେହି ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପବିତ୍ର ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମକର ସ୍ନାନ କରୁଛନ୍ତି । ସେ ସକାଳୁ ଆସି ନଦୀରେ ସ୍ନାନ କରିବା ସହିତ ବିଭିନ୍ନ ପୂଜା ମଧ୍ୟ କରିଛନ୍ତି। ଏହି ଉପଲକ୍ଷେ ସେଠାରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିବର୍ଷ ଏହି ମକର ସଂକ୍ରାନ୍ତିରେ ସେ ଏହି ମକର ସ୍ନାନ କରିଥାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ଭାବେ ଏହି ପବିତ୍ର କାମରେ ଯୋଗଦେଇଛନ୍ତି।

Share This Article