ମାଲକାନଗିରିରୁ ବହୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ

Odisha Hot News
1 Min Read

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ. ଭି-୭୯ ଓ ମୋଟୁ ଥାନା ଅନ୍ତର୍ଗତ କଟନପାଲ୍ଲୀ, ମେଟାଗୁଡ଼ା, ଜିନେଲଗୁଡ଼ା ଓ ଟୋକାଲଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବହୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଡି.ଭି.ଏଫ ଯବାନଙ୍କ ଦ୍ୱାରା ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ସମ୍ପୃକ୍ତ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ମାଓ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି।

ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏସ.ଏଲ.ଆର ବନ୍ଧୁକ, ୫୦ ରାଉଣ୍ଡ ଏସ.ଏଲ.ଆର ଗୁଳି, ୨ ରାଉଣ୍ଡ ଥ୍ରୀ.ନୋଟ.ଥ୍ରୀ ଗୁଳି, ୨ ଟି ଏସ.ଏଲ.ଆର ମାଗାଜିନ, ୪ ଟି ଚାର୍ଜର କ୍ଲିପ, ଗୋଟିଏ ସିମ କାର୍ଡ ସହ ମୋବାଇଲ, ଗୋଟିଏ ମାଓବାଦୀ ସାର୍ଟ ସହ ୧୯ ପ୍ରକାରର ବିଭିନ୍ନ ସାମଗ୍ରୀ ଯବାନମାନେ ଜବତ କରିଥିବା ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି। ଏଥିସହ ଏହି ସମଗ୍ରୀକୁ ମାଓବାଦୀମାନେ ସାଧାରଣ ନାଗରିକ କିମ୍ବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଏହା ରଖିଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।

Share This Article