ବାଣପୁରରୁ ଦେଶୀ ମଦ ସହ ନଗଦ ଟଙ୍କା ଜବତ: ଦୁଇ ଗିରଫ 

Odisha Hot News
1 Min Read

ବାଣପୁର: ବାଲୁଗାଁ ଅବକାରୀ ଅଧିକାରୀଙ୍କ ଏକ ଟିମ ବାଣପୁର ଅଂଚଳରେ ଚଢ଼ାଉ କରି ଭୀମପୁର ଗ୍ରାମର ପ୍ରଶାନ୍ତ ସେନାପତିଙ୍କ ଠାରୁ ଏକ ସ୍କୁଟିସହ ୨୨୮୦୦ଟଙ୍କା ଏବଂ ୫୨୦ଲିଟର ଦେଶୀ ମଦ ଜବତ କରିଛି। ଅନୁରୂପ ଭାବେ ବଡହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କ ଠାରୁ ଏକ ସ୍କୁଟି ଏବଂ ଦେଶୀ ମହୁଲ ଜବତ କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ବାଣପୁର କୋର୍ଟରେ ହଜାର କରାଯାଇଥିବା ବେଳେ କୋର୍ଟ ସେମାନଙ୍କୁ ଜେଲକୁ ପଠାଇ ଦେଇଛନ୍ତି।

ପ୍ରକାଶ ଥାଉକି ବାଣପୁର ଅଂଚଳରେ ଦେଶୀ ମଦ କାରବାର ଦିନକୁ ଦିନ ବଢିଚାଲିଛି। ଅବକାରୀ ସୁମିତ ତ୍ରିପାଠୀଙ୍କ ନିର୍ଦ୍ଦେଶ ମୁତାବକ ମଦ ବେପାରୀ ମାନଙ୍କ ଉପରେ ଜୋରଦାର ଚଢ଼ାଉ ନିର୍ଦ୍ଦେଶ ଥିବାବେଳେ ବାଲୁଗାଁ ଅବକାରୀ ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇଛି।

ବାରମ୍ବାର ମଦ ଜବତ ହେଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ଅବକାରୀ ବିଭାଗ କେବଳ ଲୋକଦେଖାଣିଆ ଚଢ଼ାଉ କରି ବଡ଼ ମାଛକୁ ଛାଡି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Share This Article