ନାକଟିଦେଉଳରେ ଆକାଂକ୍ଷୀ ସମୀକ୍ଷା ବୈଠକ: ବ୍ଲକକୁ ମିଳିଲା ଏକ କୋଟି ଅର୍ଥ ରାଶି ପୁରସ୍କାର

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ନୀତି ଆୟୋଗ ଦ୍ୱାରା ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ତତ୍ୱାବଧାନରେ ନାକଟିଦେଉଳ ବ୍ଲକ ସଭାଗୃହରେ ଆକାଂକ୍ଷୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟାକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଉପନିର୍ଦ୍ଦେଶକ ପ୍ରକାଶ କୁମାର ଦେଓ, ସହକାରୀ ନିର୍ଦ୍ଦେଶକ ଇତିଶ୍ରୀ ପ୍ରିୟଦର୍ଶିନୀ, ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ, ଅତିରିକ୍ତ ବିଡ଼ିଓ ବିଦ୍ୟାଧର ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ।

ଜିଲ୍ଲା ନୀତି ଆୟୋଗକଙ୍କ ଦ୍ଵାରା ପରିଚାଳିତ ଡେଲଟା ରେକିଂ ଆଧାରରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ୨୯ନମ୍ବର ଆକାଂକ୍ଷୀ ବ୍ଲକ ଭାବରେ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ୪ନମ୍ବର ସ୍ଥାନରେ ରହିଥିବା ଯୋଗୁଁ ନାକଟିଦେଉଳ ବ୍ଲକକୁ ଏକ କୋଟି ଅର୍ଥ ରାଶି ପୁରସ୍କାର ମିଳିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଥିଲେ।

ଏହି ବୈଠକରେ ପାଞ୍ଚଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ନାକଟିଦେଉଳ ବ୍ଲକ କିଭଳି ଏକ ନମ୍ବର ହୋଇପାରିବ ସେଦିଗରେ କାର୍ଯ୍ୟ କରିବାକୁ ସମସ୍ତ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପଶୁ ପାଳନ ମିଶନ ଶକ୍ତି ଆଦି ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ସମୀକ୍ଷା କରି ଥିଲେ।

ଏହିବୈଠକରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ନୋଡାଲ ଅଫିସର କ୍ରିଷ୍ଣା କୁମାର ପଣ୍ଡା ସଂଯୋଜନା କରିଥିଲେ।

Share This Article