ପୁରୀ ବେଳାଭୂମି ମହୋତ୍ସବକୁ ଉଦଘାଟନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Odisha Hot News
1 Min Read

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପୁରୀ ବେଳାଭୂମି ମହୋତ୍ସବର ଦ୍ୱିତୀୟ ସଂଧ୍ୟାକୁ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଥିଲେ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଓଡିଶା ପାଇଁ ଏକ ବଡ ଉପଲବ୍ଧି ଓ ଗୌରବ ର ବିଷୟ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ର ପ୍ରବାସୀ ଭାରତୀୟ ମାନଙ୍କ ଭଲପାଇବାର ଏହା ଏକ ସ୍ମୃତି। ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିବା ସମସ୍ତଙ୍କ ଇଛା ରହିଥାଏ।

ପ୍ରବାସୀ ଭାରତୀୟ ମାନେ ମଧ୍ୟ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରୁଛନ୍ତି। ଅତିଥି ମାନଙ୍କୁ ସୁନ୍ଦର ଆତିଥେୟତା ପ୍ରଦାନ କ୍ଷେତ୍ରରେ ଓଡିଶା ଅଗ୍ରଣୀ।ଆମେ ପୁରୀ ବାସୀ ଏହାକୁ ଅକ୍ଷୁର୍ଣ୍ଣ ରଖିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତ ରଖିଥିଲେ।

ପୁରୀ ରେ ବର୍ଷ କୁ ୪ ଗୋଟି ମହୋତ୍ସବ ର ଆୟୋଜନ କରାଗଲେ ପର୍ଯ୍ୟଟକ ମାନେ ଅଧିକ ଆକୃଷ୍ଟ ହେବା ସହ ପୁରୀକୁ ଦୈନିକ ଅନ୍ତତଃ ଏକ ଲକ୍ଷ ଲୋକ ଙ୍କ ଆଗମନ ହେବାରେ ସହାୟକ ହେବ। ଯାହା ଦ୍ୱାରା ଆମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିବା ସହ ବିଶ୍ବ ରେ ଆମ ମହାନ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତ ରଖିଥିଲେ।

ଏ ଦିଗରେ ସରକାର ବିକାଶ ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରୁଥିବା ବେଳେ ସମସ୍ତେ ସମବଦ୍ଧ ଭାବେ ଏହାର ଉନ୍ନୟନ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ହରିଚନ୍ଦନ ମତ ଦେଇଥିଲେ।

ପରେ ସମ୍ବଲପୁରୀ ଓ ମାହାରୀ ନୃତ୍ୟ ପରିବେଷଣ ସହ ବିଶିଷ୍ଟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ଓ ବର୍ଣ୍ଣଳୀ ହୋତା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏଥି ସହ ଆକର୍ଷଣୀୟ ଲେଜର ସୋ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Share This Article