ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବନୀ ବୈଷ୍ଣବ ପ୍ରମୁଖ ଯୋଗଦେଇଥିଲେ।

ଏହି ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ତଥା ଗ୍ରାମୀ ପୁରସ୍କୃତ ଋକି କେଜ ଆବାହନୀ ସଂଗୀତ ଗାନ କରିଥିଲେ। ଏଥିରେ ସେ ପ୍ରବାସୀ ଭାରତୀୟଙ୍କୁ ତାଙ୍କ ସଂଗୀତ ମାଧ୍ୟମରେ ସ୍ବାଗତ କରିଥିଲେ। ଏହାପରେ ଏହି ମଞ୍ଚରେ ଉପସ୍ଥିତ ବୈଦଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଅଭିଭାଷଣରେ ପ୍ରବାସୀ ଭାରତୀୟଙ୍କୁ ଭାରତର ରାଷ୍ଟ୍ରଦୂତ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡିଶା ମାଟିରୁ ସ୍ବାଗତ କରିବା ସହିତ ପୁଂଜି ବିନିଯୋଗ ପାଇଁ ଆହ୍ବାନ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀଙ୍କୁ ଲୋକାଲ ଟୁ ଗ୍ଲୋବାଲ ରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ବିଦେଶରେ ମିଳୁଥିବା ଭାରତୀୟ ପ୍ରଦାର୍ଥ ପ୍ରତି ଭାରତୀୟ କିଣିବା ଆବଶ୍ୟକ। ଆପଣଙ୍କ ରୋଷେଇ ଘରେ ଭାରତୀୟ ଜିନିଷ ରହିବା ଉଚିତ ବୋଲି ସେ କହିଥିଲେ। ଯଦି କୌଣସି ଭାରତୀୟ ଜିନିଷ ଆପଣଙ୍କ ପାଖରେ ଯଦି ନ ମିଳେ ତେବେ ତାହାକୁ ଅନଲାଇନରେ ଅଡର କରନ୍ତୁ ବୋଲି କହିଥିଲେ।

ଆସନ୍ତାକାଲି ଏହି ସମ୍ମିଳନୀର ଉଦଯାପନୀ ଉତ୍ସବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ସେ ପ୍ରବାସୀ ଭାରତୀୟ ଶିଳ୍ପପତିଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Share This Article