ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଢେଙ୍କାନାଳ ଘର ସମେତ 12 ଟି ସ୍ଥାନରେ ଇଡି ର ଚଢାଉ

Odisha Hot News
1 Min Read

ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର ଢେଙ୍କାନାଳ ଘରେ ସମେତ ପ୍ରାୟ 12 ଟି ସ୍ଥାନରେ ଇଡି ଚଢାଉ କରିଥିବାର ଜଣାପଡିଛି। ଏଥିରେ ଢେଙ୍କାନାଳ, ହିନ୍ଦୋଳ ଏବଂ ଭୁବନେଶ୍ବରର ତିନିଟି ସ୍ଥାନ ରହିଛି।

ଟଙ୍କା ନେଣଦେଣ ନେଇ ଇଡି ଚଢାଉ କରିଥିବାର ଅନୁମାନ କରାଯାଇଛି। ବର୍ତ୍ତମାନ କିଛି ଦିନ ଧରି ଇଡି ବେଶ ସକ୍ରିୟ ହେବାରେ ଲାଗିଛି। କିଛିଦିନ ତଳେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଇଡି ଚଢାଉ କରାଯାଇଥିଲା।

Share This Article