ମୁଖ ପଖାଳ ସେବକ ୩ ମାସ ପାଇଁ ସେବାରୁ ନିଲମ୍ବିତ

Odisha Hot News
1 Min Read

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ୟ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ମୁଖ ପଖାଳ ସେବକ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି। ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଭିତରେ ମାରପିଟ ହୋଇ ଦୁଇ ସେବକ ଥାନା ଦ୍ୱାରସ୍ଥ ହୋଇଥିଲେ।

ତେବେ ନିଲମ୍ବନ ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଫିୟତ ତଲବ ହୋଇଥିଲା। ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି।

Share This Article