କୋରାପୁଟ : ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଜରଟି ନିକଟରେ ଟନେଲ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି । ତେବେ ଟ୍ରେନ୍ଟି ଦୁର୍ଘଟଣାର ସମ୍ମୁଖୀନ ହେବା ଦ୍ୱାରା ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍ଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । କିନ୍ତୁ ଜରଟି ନିକଟରେ ଥିବା ଟନେଲ୍ ମଧ୍ୟରେ ଟ୍ରେନ୍ର ଲାଇନଚ୍ୟୁତ ହୋଇଯାଇଛି । ଯାହାଫଳରେ ଟ୍ରେନ୍ର ୧୩ଟି ବଗି ଟ୍ରାକ୍କୁ ଖସି ଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇଁ କୋରାପୁଟରୁ ଏକ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି , ଏବଂ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଆବଶ୍ୟକ ପଡିଲେ ଅଧିକ ଉଦ୍ଧାରକାରୀ ଟିମ୍ ଡକାଯିବାର ସୂଚନା ରହିଛି ।
ଅନ୍ୟ ପଟେ ରେଳ ଲାଇନ୍ରେ ଦୁର୍ଘଟଣା ହେବା ଦ୍ୱାରା, ସେହି ରୁଟ୍ରେ ସମସ୍ତ ଟ୍ରେନ୍ ଚଳାଚଳକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ଜବଦରଲପୁର-କୋରାପୁଟ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ସ୍ଥିତି ସ୍ୱାଭାବିକ ନହେବା ଯାଏଁ, ଟ୍ରେନ୍ ଚଳାଚଳ ନେଇ କିଛି ନିଷ୍ପତ୍ତି ନିଆଯାଇନଥିବା ସୂଚନା ରହିଛି ।
Comment