ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ

Odisha Hot News
1 Min Read

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ରୂପା ଶଙ୍ଖ ଦାନ କରିଛନ୍ତି ଜଣେ ଭକ୍ତ। ପ୍ରାୟ ୧ କେଜି ୬୧୯ ଗ୍ରାମର ଓଜନର ରୂପାରେ ନିର୍ମିତ ଅଢେଇ ଲକ୍ଷ ଟଙ୍କାର ଶଙ୍ଖକୁ ସମ୍ବଲପୁରରୁ ଆଣିଛନ୍ତି ଭକ୍ତ। ଭକ୍ତ ନଳିନୀ ପ୍ରଭା ଦାସଙ୍କ ପରିବାର ଆଜି ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଶଙ୍ଖ ଦାନ କରିଛନ୍ତି। ଶ୍ରୀମନ୍ଦିର ଦଇତାପତି ସେବାୟତଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ସେ ଏହି ଶଙ୍ଖଟି ହସ୍ତାନ୍ତର କରିଥିଲେ। ନଳିନୀଙ୍କର ମହାପ୍ରଭୁଙ୍କୁ ରୂପାରେ ନିର୍ମିତ ଶଙ୍ଖ ଦେବାର ମାନସିକ ରଖିଥିବା ହେତୁ କଟକରେ କୁଶଳୀ କାରିଗରଙ୍କ ଦ୍ଵାରା ଅତି ନିଖୁଣ କାରୁକାର୍ଯ୍ୟରେ ଏହି ଶଙ୍ଖ ସେ ପ୍ରସ୍ତୁତ କରିଥିଲେ।

ତେବେ ଆଜି ସପରିବାର ଆସି ସେହି ଶଙ୍ଖ ଦାନ କରିଥିବା ବେଳେ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶରେ ଏହି ଶଙ୍ଖକୁ ଧାରଣ କରିବା ନେଇ ମନସ୍କାମନା କରିଛନ୍ତି।ଶଙ୍ଖ ଦାନ ପରେ ସେ ବେଶ ଖୁସି ଥିବା ବେଳେ ମହାପ୍ରଭୁ କେବଳ ଗୋଟିଏ ଥର ସେହି ଶଙ୍ଖକୁ ଧାରଣ କରିଦେଲେ ତାଙ୍କର ଆତ୍ମା ତୃପ୍ତି ହେଇଯିବ ବୋଲି ମତ ରଖିଛନ୍ତି।

Share This Article