ରେଳଲାଇନ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

Odisha Hot News
1 Min Read

ଭୁବନେଶ୍ଵର: ରାୟଗଡା ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ସିକନ୍ଦାରବାଦରେ ଦାଦନ ଖଟି ଘରକୁ ଫେରୁଥିବା ଜଣେ ବୃଦ୍ଧଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ବୃଦ୍ଧଜଣଙ୍କ ମାଲଗାଡି ଉପରେ ଚଢିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ରେଳଲାଇନ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ବୃଦ୍ଧ ଜଣଙ୍କ ୫୫ ବର୍ଷୀୟ ନରସିଂହ କାଣ୍ଡା ବୋଲି ଜଣାପଡିଛି।

ସେ ଉଚ୍ଚ କ୍ଷମତା ସମ୍ପନ୍ନ ରେଳଲାଇନ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତଳେପଡି ଗୁରୁତର ହୋଇପଡିଥିଲେ। ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ଘର ନୂଆପଡା ଜିଲ୍ଲା ରାଜଖରିଆର ଥାନା ଅନ୍ତର୍ଗତ ବଡନାଳ ଗାଁରେ।

ଘଟଣା ଘଟିବା ପରେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ରାୟଗଡା ଡାକ୍ତରଖାନରେ ଭର୍ତ୍ତି କରାଇଥିଲେ ହେଲେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share This Article