ଗ୍ରାମପଞ୍ଚାୟତ ଗୋଦାମ ଗୃହରୁ ଚାଉଳ ବସ୍ତା ଚୋରୀ: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ବାଣପୁର ପୋଲିସ

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସ ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଚଳିତ ମାସ ୧୮ ତାରିଖରେ ବାଣପୁର ବ୍ଲକ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଗୋଦାମ ଗୃହରୁ ୫୮ ଗୋଟି ଚାଉଳ ବସ୍ତା ଏବଂ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବାର ବାଣପୁର ଥାନାରେ ସରପଞ୍ଚ ଏବଂ ପିଇଓ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତ୍ୱରିତ ତଦନ୍ତ କରି ପୋଲିସ ଉକ୍ତ ଚୋରିରେ ସାମିଲ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିବା ସହ ବିଷ୍ଣୁଡିହ ଗ୍ରାମର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ୧୧ ଗୋଟି ଚାଉଳ ବସ୍ତା ଏବଂ ଏକ ଟାଟା ଏସି ଗାଡି ଜବତ କରିଛି।

ତେବେ ଉକ୍ତ ଚୋରି ଘଟଣାରେ ସାମିଲ ଥିବା ଅନ୍ୟ ସମସ୍ତ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ ହେବା ସହ ଚୋରି ଜିନିଷ ଆଦାୟ କରାଯିବ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

Share This Article