ନୟାଗଡ଼ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା -୨୦୨୫ ପ୍ରକାଶନ

Odisha Hot News
1 Min Read

ଭୁବନେଶ୍ଵର: ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି। ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୫ ପ୍ରକାଶ ପାଇଛି।

ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା,ଉପଜିଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ,୨୦.୦୮.୨୦୨୪ ରିଖ ଠାରୁ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ସୁଦ୍ଧା ଜିଲ୍ଲାରେ ପୁରୁଷ ଭୋଟର ୪୨୫୦୫୨, ମହିଳା ଭୋଟର ୩୮୯୦୭୦ ଓ ତୃତୀୟ ଲିଙ୍ଗୀ ୪୩, ମୋଟ ୮୧୪୧୬୫ ଜଣ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Share This Article