ଉଦଘାଟିତ ହେଲା ଆଦିବାସୀ ମେଳା 2025, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଉଦଘାଟନ

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି ଆଦିବାସୀ ମେଳା 2025। ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟିନ କରିଛନ୍ତି। ପ୍ରତି ବର୍ଷ ଏହି ମେଳା ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସରେ ହୋଇଥାଏ। ହେଲେ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଇଁ ଆଗୁଆ ଆରମ୍ଭ କରାଯାଇଛି।

ଏହି ମେଳାରେ ଆଦିବାସୀଙ୍କ ଘର, ସେମାନଙ୍କ ଉତ୍ପାଦିତ ଜିନିଷ ଏବଂ ହାତ ତିଆରି ସାମଗ୍ରୀ ପ୍ରଦର୍ଶିତ ତଥା ବିକ୍ରି ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଏହି ମେଳାରେ 147ଟି ଷ୍ଟଲ କରାଯାଇଛି। ସେଥିରେ 20ଟି ଆଦିବାସୀ ବାସଗୃହ ନିର୍ମାଣ କରାଯାଇଛି। 40ଟି ଷ୍ଟଲରେ ଆଦିବାସୀଙ୍କ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେଉଛି। ସେହିପରି 15ଟି ଷ୍ଟଲରେ ଆଦିବାସୀମାନେ ସେମାନଙ୍କର କାମ କରୁଥିବାର ଦେଖିବାକୁ ମିଳିବ। ଏହି ମେଳା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ।

Share This Article