ନକଲି ବିଦେଶୀ ମଦ ଜବତ: ବ୍ୟବସାୟୀ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକାରୀ ସ୍ବାଧୀନ ସାହୁଙ୍କ ନେତୃତ୍ଵରେ ଏକ ଟିମ୍ କୁ ସଫଳତା ମିଳିଛି। ହିଞ୍ଜିଳି ବସଷ୍ଟାଣ୍ଡରେ ଛକି ରହି ହିଞ୍ଜିଳିରୁ ପୁରୁଷୋତ୍ତମ ପୁର ଅଞ୍ଚଳ ନକଲି ବିଦେଶୀ ମଦ ଚାଲାଣ ବେଳେ ସୁର୍ଯ୍ୟ ନାରାୟଣ ପାତ୍ର ନାମକ ଜଣେ ଯୁବକକୁ ଉକ୍ତ ଟିମ ଗିରଫ କରିଛି। ଆହା ସହ ଅଭିଯୁକ୍ତଙ୍କ ନିକଟରୁ ୧୭ ଲିଟରରୁ ଅଧିକ ବିଭିନ୍ନ କମ୍ପାନୀର ନକଲି ବିଦେଶୀ ମଦ ଜବତ କରିଛି।

ମାମଲା ନଂ ୭୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜକୁ ବହୁତ ଦିନ ହେଲା ଏହି ମଦ ବ୍ୟବସାୟ କରୁଥିବା ସୁର୍ଯ୍ୟ ସ୍ବୀକାର କରିଛନ୍ତି ଓ ବ୍ରହ୍ମପୁର ସହରରୁ କଞ୍ଚାମାଲ ଆଣି ନିଜେ ନକଲି ବିଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି।

Share This Article