ବରିଷ୍ଠ ଆଇଏଏସ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନରେ ଶେଷ ହୋଇଛି। ବରିଷ୍ଠ ଆଇଏଏସ ମନୋଜ  ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବଦଳି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦକୁ ସ୍ବତନ୍ତ୍ର ସଚିବ ପାହ୍ୟା ମଧ୍ୟ କରାଯାଇଛି।

ଏହା ପୂର୍ବରୁ ଏହି ପଦରେ ଥିଲେ ଅରିନ୍ଦମ ଡାକୁଆ। ନୂଆ ସରକାର ଆସିବା ପରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପାଞ୍ଚମାସ ରହି କାମ କରିବା ପରେ ତାଙ୍କୁ ହଠାତ ସରକାର ବଦଳି କରିଦେଇଥିଲେ। ବର୍ତ୍ତମାନ ତାଙ୍କୁ ମୁନିସିପାଲ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ନିଯୁକ୍ତି ପାଇବ ସେ ନେଇ ଚର୍ଚ୍ଚା ଚାଲିଥିଲା।

Share This Article