ନକଲି ଅଦା ରସୁଣ ପେଷ୍ଟ୍ କାରଖାନା ଉପରେ ଚଢ଼ାଉ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଲକ୍ଷ୍ମୀ ନୃସିଂହ ସାହି ସପ୍ତମ ଗଳିରେ ଚାଲିଥିବା ବେଆଇନ ଖାଦ୍ୟ ପଦାର୍ଥ ଯଥା ଅଦା ରସୁଣ ପେଷ୍ଟ୍ କାରଖାନା ଉପରେ ବଡ଼ବଜାର ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଉକ୍ତ କାରଖାନାକୁ ଚଳାଉଥିବା ହନୁମାନ ବଜାର ଅଞ୍ଚଳର ଇ ରିତିକ୍ ପାତ୍ର ନାମକ ଜଣେ ଯୁବକକୁ ଅଟକ ରଖି ଘରକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ୍ ବେଳେ ଉକ୍ତ ଘରୁ ୪୧ ପେଟି ଅଦା, ରସୁଣ ପେଷ୍ଟ୍ ସମେତ ୨୫ କିଲୋ ବାଲା ୨୫ ଟି କଞ୍ଚାମାଲ ଥିବା ପ୍ଲାଷ୍ଟିକ ଡବା ସହ ବିପୁଳ ପରିମାଣର ଜରି,ଲେବୁଲ୍, ଖାଲି ଆଟା ପେଢି ସହ ୫ ଟି ପ୍ୟାକିଂ ମେସିନ ଇତ୍ୟାଦି ବିଭାଗୀୟ ଅଧିକାରୀମାନେ ଜବତ କରିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଓ ମହାନଗର ବିଭାଗ କର୍ମଚାରୀମାନେ ଏହି ସଫଳତା ପାଇଛନ୍ତି। ଚଢ଼ାଉ ବେଳେ ଜଣାପଡିଛି ଯେ କାରଖାନା ମାଲିକ ରିତିକ୍ ଆନ୍ଧ୍ର ପ୍ରଦେଶରୁ କଞ୍ଚାମାଲ ଆଣି ଇଗଲ୍ ଓ ହେଚ୍ କେ ନାମରେ ଜରି ପ୍ୟାକିଂ କରି ଗଞ୍ଜାମ ଜିଲ୍ଲା ସମେତ ବାହାର ଜିଲ୍ଲାକୁ ରପ୍ତାନି କରି ବ୍ୟବସାୟ ଚଳାଉଥିଲା। ଚଢ଼ାଉ ପରେ ବିଭାଗୀୟ ଅଧିକାରୀମାନେ ଜବତ ପେଷ୍ଟ୍ ମାନ ପରୀକ୍ଷା ପାଇଁ ପଠାଇ ରିତିକ୍ କୁ ଅଟକ ରଖି ପଚରାଉଚରା କରୁଛନ୍ତିି।

Share This Article