ଯୁବ ଉତ୍ସବ ପାଇଁ ବାଲ ପୁରସ୍କାର ବିଜୟିନୀ ବିନୀତା ଦାଶ ମନୋନୀତ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିବେ ବକ୍ତବ୍ୟ

Odisha Hot News
1 Min Read

ଭୁବନେଶ୍ଵର: ନବରଙ୍ଗପୁର ସହରର ଝିଅ ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ବିଜୟିନୀ ହୋଇଥିବା ବନୀତା ଦାଶ ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୌରବ ଆଣିଛନ୍ତି। ବନିତା ଦାଶ ସେ ଆସନ୍ତା ଜାନୁଆରୀ ୧୧ ଓ ୧୨ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ “ବିକଶିତ ଭାରତ ଯୁବନେତା ବାର୍ତ୍ତାଳାପ ୨୦୨୫” କାର୍ଯ୍ୟକ୍ରମରେ “ସେମିକଣ୍ଡକ୍ଟର ଓ ବିକଶିତ ଭାରତ” ସମ୍ପର୍କିତ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାକୁ ଓଡିଶା ସରକାରଙ୍କ ତରଫରୁ ମନୋନୀତ ହୋଇଛନ୍ତି। କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସଫଳତା ହାସଲ କରି ସେ ଏହି ସୁଯୋଗ ଲାଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାପାଇଁ ସେ ଆଠ ଜାନୁଆରୀରେ ସେ ନୂଆଦିଲ୍ଲୀ ଯାତ୍ରା କରିବେ। ବିନୀତଙ୍କ ଏହି ସଫଳତା ପାଇଁ ଜିଲ୍ଲା ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ବନିତା ବର୍ତ୍ତମାନ ବିଟେକ ର ପ୍ରଥମ ବର୍ଷ ଛାତ୍ରୀ। ଭୁବନେଶ୍ୱରରେ ସେ ଅଧ୍ୟୟନ କରୁଛନ୍ତି।

Share This Article