ଓଡିଶାରେ ପହଞ୍ଚିଲେ ରାଜ୍ୟପାଳ ନିଯୁକ୍ତ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଜ୍ୟପାଳ ନିଯୁକ୍ତ ହରିବାବୁ କୁମ୍ଭମପତି। ତାଙ୍କୁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ।ଓଡିଶାର ନୂଆ ରାଜ୍ୟପାଳ ଭାବେ ଆସନ୍ତାକାଲି ଶପଥ ନେବେ ହରିବାବୁ କୁମ୍ଭମପତି। ଓଡିଶାର ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର କୁମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ତାଙ୍କର ଶପଥ ପାଇଁ ଭୁବନେଶ୍ବରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଛି। ସେ ଶୁକ୍ରବାର 10ଟା 15 ମିନିଟରେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। ହରିବାବୁ ଆଜି ଅପରାହ୍ନରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।

Share This Article