ଆଇଏଏସ ସ୍ତରରେ ଛୋଟ ଅଦଳବଳ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କର ମଧ୍ୟ ବଦଳି

Odisha Hot News
1 Min Read

ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଇଏଏସ ସ୍ତରରେ ଆରମ୍ଭ କରିଛନ୍ତି ଅଦଳବଦଳ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ସେ ପୂର୍ବ ସରକାରର ପାଣ୍ଡିଆନଙ୍କ ଆସନରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ବଦଳି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

ଅରିନ୍ଦମ ଡାକୁଆଙ୍କୁ ସେଠାରୁ ବଦଳି କରାଯାଇ ପୌର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।

ସେହିପରି ଏନବିଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଟି. ଆଓ ଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହିତ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗର ନିର୍ଦ୍ଦେଶକ କରାଯାଇଛି।

Share This Article