ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା

Odisha Hot News
0 Min Read

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବାବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଜଗତ୍‌ସିଂହପୁରର ଆକ୍ରାନ୍ତ ୭୦ ବର୍ଷୀୟ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ବାଲେଶ୍ୱରର ଆକ୍ରାନ୍ତ ଦ୍ୱୟ ୨୬ ଓ ୨୯ ବର୍ଷୀୟ ଯୁବକ। ଉଭୟ ସୁରଟ ଫେରନ୍ତା। ତେବେ ଏହି ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନରେ ଥିଲେ ବୋଲି ସୂଚନା ଦିଆଯାଇଛି।
ଏହାକୁ ମିଶାଇ ଜଗତ୍‌ସିହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି।

Share This Article
Leave a Comment