ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କଲେ ଉଚ୍ଚ ନ୍ୟାୟାଳୟର ବିଚାରପତି

Odisha Hot News
1 Min Read

ଭୁବନେଶ୍ଵର: ମାଲକାନଗିରି ମାଟି ସମସ୍ତଙ୍କୁ ଭଲ ପାଏ। ଏଠାରେ ପୂର୍ବରୁ ଯେଉଁ ବିଚାରପତିମାନେ କାର୍ଯ୍ୟ କରି ଯାଇଛନ୍ତି, ସେହି ସ୍ମୃତିକୁ ନେଇ ସେମାନେ ଏଠାକୁ ପୁଣି ବୁଲିବାକୁ ଆସିବାକୁ ପସନ୍ଦ କରନ୍ତି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶିବ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ପଞ୍ଜିକରଣ ଫି ଆଇନଜୀବୀଙ୍କ ସାମାଜିକ ସୁରକ୍ଷା ସମେତ ବୀମା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟବେସିତ ବୋଲି ପ୍ରକାଶ କରିଛନ୍ତି।

ମାଲକାନଗିରି ଡି. ଏନ. କେ ଖେଳ ପଡ଼ିଆଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରି ସେ ଏହା ପ୍ରକାଶ କରିଛନ୍ତି। ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଭି. ଗୋପାଳ ଗୌଡ଼ା ଯୋଗ ଦେଇ ଦେଶର ୫୦ ପ୍ରତିଶତ ଲୋକ ନିରକ୍ଷର ଓ ୬୬ ପ୍ରତିଶତ ଲୋକ ଗ୍ରାମରେ ବାସ କରନ୍ତି। କିନ୍ତୁ ଗଣତନ୍ତ୍ର, ନ୍ୟାୟାଳୟ, ବଜେଟ କଣ ଜାଣିନାହାନ୍ତି। ସେମାନଙ୍କୁ ଆର୍ଥିକ, ସାମାଜିକ ନ୍ୟାୟ ପାଇଁ ସେମାନଙ୍କ ସମସ୍ୟାକୁ ଉତଥପନ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବ ମହାନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନ ସଭାପତି ବିଜୟ କୁମାର ଦାସ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ବହୁ ଅତିଥି ଯୋଗ ଦେଇ ଆଇନଜୀବୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ଏ ଅବସରରେ ଏକ ସ୍ମରଣୀକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ସମ୍ମିଳନୀ ଆଜି ଉଦଯାପିତ ହେବ।

Share This Article