ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପ୍ରଣବ ପ୍ରକାଶ ଦାସ, ଜାଣନ୍ତୁ କାରଣ

Odisha Hot News
1 Min Read

ଭୁବନେଶ୍ବର: ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ତଥା ସମୟ ଦେଇ ପାରୁ ନ ଥିବାରୁ ସେ ଏହି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ତେବେ ନିୟମ ଅନୁସାରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଦାୟିତ୍ବରେ ରହିବେ।

ତେବେ ଓସିଏର ନିୟମ ଅନୁସାରେ ଆସନ୍ତା 45 ଦିନ ମଧ୍ୟରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ନୂଆ ସଭାପତି ଦାୟିତ୍ବ ନେବା ପରେ ଓସିଏର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଣବ ପ୍ରକାଶ ବିଜେଡି ସରକାରରେ ଥିବା ବେଳେ ସେ ଏହି ବ୍ୟୟ ବହୁଳ ସଂସ୍ଥାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେଡି ସରକାରରୁ ଯିବା ପରେ ସେ ଏହି ପଦବୀରେ ଆଉ ବେଶୀ ଦିନ ରହିପାରିବେ ନାହିଁ ବୋଲି ଜଣାପଡିଥିଲା।

Share This Article