ସଡ଼କ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ପୋଚିଲିମା ଗାଁ ଛକ ସନ୍ତୋଷୀ ମାଁ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଟୋ ଚାଳକ ନିକଟସ୍ଥ ସାରୁ ଗ୍ରାମର ଶିବଶଙ୍କର ପାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିବଶଙ୍କର କୌଣସି କାମରେ ଗାଡ଼ି ନଂ ଓଡି ୦୬ଏ ୦୬୯୭ ବିଶିଷ୍ଟ ଅଟୋ ଯୋଗେ ହିଞ୍ଜିଳି ଯାଇ ନିଜ ଗ୍ରାମ ସାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମନ୍ଦିର ସାମ୍ନାରେ ଏକ ମାଟି ଗଦା ଉପରେ ଚଢ଼ି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା।

ଉପସ୍ଥିତ କିଛି ଲୋକ ତାକୁ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଶିବଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଜି ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article