ଆଜି ମହାପ୍ରଭୃଙ୍କର ସୁନା ବେଶ, ଅପରାହ୍ନ ପାଞ୍ଚଟାରେ ହେବ ଆରମ୍ଭ

Odisha Hot News
1 Min Read

ପୁରୀ: ଆଜି ହେଉଛି ତିନିଠାକୁରଙ୍କ ସୁନାବେଶ। ଆଜି ଶ୍ରୀଜିୟୁ ହମଣ ମହଣ ସୁନାରେ ବିଭୂଷିତ ହୋଇ ରଥ ଉପରେ ଝଟକିବେ। ସେଥିପାଇଁ ଆଜି ରଥ ଉପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟାରେ ଆରମ୍ଭ ହେବ ସୁନାବେଶ। ଏହି ବେଶକୁ ଭକ୍ତମାନେ ରାତି ଦଶଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆଜି ତିନିଠାକୁର ସୁନାର କିରଟୀ, ରତ୍ନ ଖଚିତ ମାଳ, ତାବିଜ ମାଳି, ହରଡାମାଳି, କଦମ୍ବା ମାଳି, ସ୍ବର୍ଣ୍ଣ ହସ୍ତ ପାଦ ସହିତ ବିଭିନ୍ନ ସୁବର୍ଣ୍ଣ ଆଭୁଷଣ ସହିତ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଯଦି ନୀତିକାନ୍ତି ଶିଘ୍ର ହୋଇଯାଏ ତେବେ ଅପରାହ୍ନ ତିନିଟାରୁ ସୁନା ବେଶ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Share This Article