ଭୁବନେଶ୍ବର: ରାଜ୍ୟରେ ଆଜି ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୦୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୯୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Nawarangpur: 9
23. Nayagarh: 33
24. Nuapada: 5
25. Puri: 50
26. Rayagada: 164
27. Sambalpur: 39
28. Sonepur: 6
29. Sundargarh: 62
New Recoveries: 772
Cumulative Tested: 528708
Positive: 33479
Recovered: 20517
Active Cases: 12737
— I & PR Department, Odisha (@IPR_Odisha) August 1, 2020
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦୮ଜଣ, ଅନୁଗୁଳରୁ ୧୫, ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୨୦, ବଲାଙ୍ଗୀର ଜିଲ୍ଲାରୁ ୩୮, ବୌଦ୍ଧ ଜିଲ୍ଲାରୁ ୯, କଟକ ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୪୯, ଗଜପତି ଜିଲ୍ଲାରୁ ୧୦୮, ଜଗତସିଂହପୁର ଜିଲ୍ଲାରୁ ୧୯, ଯାଜପୁର ଜିଲ୍ଲାରୁ ୪୪, ଝାରସୁଗୁଡ଼ା ଜିଲ୍ଲାରୁ ୧୧, କଳାହାଣ୍ଡି ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, କେନ୍ଦୁଝର ଜିଲ୍ଲାରୁ ୩୧, ଖୋର୍ଦ୍ଧା ଜିଲ୍ଲାରୁ ୨୮୫, କୋରାପୁଟ ଜିଲ୍ଲାରୁ ୪୬, ମାଲକାନଗିରି ଜିଲ୍ଲାରୁ ୩୦, ମୟୂରଭଞ୍ଜ ଜିଲ୍ଲାରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ଼ ଜିଲ୍ଲାରୁ ୩୩, ନୂଆପଡ଼ା ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୫୦, ରାୟଗଡ଼ା ଜିଲ୍ଲାରୁ ୧୬୪, ସମ୍ବଲପୁର ଜିଲ୍ଲାରୁ ୩୯, ସୁବର୍ଣ୍ଣପୁର ଜିଲ୍ଲାରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି।
Comment