ପୋଖରୀରେ ବୁଡି ବାଳକର ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ କେ ରାଣିପଡା ଗ୍ରାମର ଓମ୍ ବେହେରା ନାମକ ଜଣେ ବାଳକର ମୃତ ଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି। ସୁଚନା ଅନୁଯାୟୀ ଏହି ଗ୍ରାମର ବସନ୍ତ ବେହେରାଙ୍କ ପୁଅ ଓମ୍ କୋୖଣସି କାରଣରୁ ଗାଁ ପୋଖରୀରେ ବୁଡି ଭାସୁଥିବା ଦେଖି ଗାଁ ଲୋକେ ଓମ୍ ର ପରିବାର ଲୋକଙ୍କୁ ଜଣାଇଥିଲେ।

ଖବର ପାଇ ପରିବାର ଲୋକେ ଓ କିଛି ଗ୍ରାମବାସୀ ପୋଖରୀ ମଧ୍ୟରୁ ଓମ୍ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ଉକ୍ତ ବାଳକକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୭/୨୪ ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article