ଆସନ୍ତା ୩୦ ତାରିଖରେ ଗଞ୍ଜାମ ଯିବେ ନବୀନ ପଟ୍ଟନାୟକ, ଏହାର କାରଣ କଣ ଜାଣିଛନ୍ତି ?

Odisha Hot News
1 Min Read

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ନିର୍ବାଚନ ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ତାଙ୍କ ଗସ୍ତ ପାଇଁ ବର୍ତ୍ତମାନ ଗଞ୍ଜାମ ବିଜେଡି ବେଶ ତତ୍ପରତା ପ୍ରକାଶ ପାଇଛି।

ତେବେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେଷ ସେଥିପାଇଁ ସେ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବେ। ଏଥିସହିତ ସେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।

Share This Article