ବ୍ରଜକାପ୍ତା କାତି ଜବତ, ୩ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଜୁନାପାନି ଗ୍ରାମ ଠାରେ ଏକ ବ୍ରଜକାପ୍ତା କାତି ବିକ୍ରି ହେବା ଖବର ସୀତା ନନ୍ଦୀ ଅଭୟାରଣ୍ୟ ପକ୍ଷରୁ ପାଇ ବନ ବିଭାଗ ଗତ ୨୩ ତାରିଖ ଦିନ ଚଢାଉ କରିଥିଲା। ବନ୍ୟ ପ୍ରାଣୀ ବ୍ରଜକପ୍ତାକୁ ହତ୍ୟା କରି ତାର କାତି ବ୍ୟବସାୟ ବେଳେ ତିନି ଜଣ ଅଭିଯୁକ୍ତ ଧରାପଡିଥିଲେ। ବନ ବିଭାଗ ପକ୍ଷରୁ ଖଡିଆଳ ଡିଏଫଓ ଅଜିଜ ଖାଁ ଏହାର ସୂଚନା ଦେଇଥିଲେ।

ଖଡିଆଳ ବ୍ଲକ ଭିମାଖୋଳ ଗ୍ରାମର ଲାଲ ମୋହନ ତାଣ୍ଡି, ମହୁଲକୋର୍ଟ ଗ୍ରାମ ବଳରାମ ଭୋଇ, ଏବଂ ସିନାପାଲି ବ୍ଲକ ସଗୁନଭାଡ଼ି ଗ୍ରାମର ମାର୍କଣ୍ଡ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ନିର୍ଦ୍ଧେଶ କ୍ରମେ ତଦନ୍ତ ଆରମ୍ଭ କରିଥିଲେ। ଉପରୋକ୍ତ ଗ୍ରାମରୁ ବ୍ରଜକାପ୍ତା କାତି ଉଦ୍ଧାର କରିଛନ୍ତି। ଏହା ନେଇ ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ବନ୍ୟ ପ୍ରାଣୀଙ୍କ କାରବାର ବୃଦ୍ଧି ହେଉଥିବା ବେଳେ ଏହି କାର୍ଯ୍ୟରେ ଲିପ୍ତ ଥିବା ସମସ୍ତଙ୍କୁ ଆବଶ୍ୟକ ନ୍ୟାୟିକ ବ୍ୟବସ୍ଥାରେ ଦଣ୍ଡିତ ହେବେ ବୋଲି ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବେ ପ୍ରକାଶ କରିଛନ୍ତି।

Share This Article