ଲୋକପ୍ରିୟ ପ୍ରବଚକ ତଥା କୁଳପତି ସଂଜୟ ଶତପଥୀଙ୍କ ପରଲୋକ

Odisha Hot News
0 Min Read

ଭୁବନେଶ୍ବର: ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ଘରେ ଘରେ ପରିଚିତ ହୋଇଥିବା ସଂଜୟ ଶତପଥୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଆଜି ତାଙ୍କର ପରଲୋକ ହୋଇଯାଇଛି।

ସଂଜୟ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧିନରେ ପ୍ରାୟ 20 ଛାତ୍ରଛାତ୍ରୀ ପିଏଚଡି ହାସଲ କରିଛନ୍ତି। ସେ ଜଣେ ଅଧ୍ୟାତ୍ମିକ ବ୍ୟକ୍ତି ଭାବେ ବେଶ ପରିଚିତ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share This Article