ବାଣପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଜାତୀୟ ରାଜପଥ ଉପରେ ଜଳିଗଲା କାର

Odisha Hot News
1 Min Read

ବାଣପୁର: ଗତକାଲି ରାତି ୧୦ ଘଟିକାରେ ବାଣପୁରରୁ ଭୁବନେଶ୍ୱର ଯାଉଥିବା ଏକ କାର ଜାତୀୟ ରାଜପଥ ବିଷ୍ଣୁଡ଼ିହ ଓଭର ବ୍ରିଜ ନିକଟ ରାସ୍ତା ଉପରେ ସମ୍ପୂର୍ଣ୍ଣ ଜଳି ଯାଇଛି। କାରଟି ସୁଜକି ଡ଼ିଜାୟାର ହୋଇଥିବା ବେଳେ ତାହାର ନମ୍ବର ଓଡି ୧୪ କିୟୁ ୩୮୬୯ ବୋଲି ଜଣାପଡିଛି।

ଖବର ମୁତାବକ ବାଣପୁର ଏଏନସି ଅନ୍ତର୍ଗତ ବଡହନ୍ତୁଆଡ଼ ମୁସଲିମ ସାହିର ଅବିଦ ଖାଁ ତାଙ୍କ ଭାଇ ବାହାଘର ନିମନ୍ତେ ବିବାହ ସାମଗ୍ରୀ କିଣିବା ପାଇଁ ଭୁବନେଶ୍ୱର ଯାଉଥିଲେ। ବିଷ୍ଣୁଡ଼ିହ ଓଭରବ୍ରିଜ ନିକଟରେ ବ୍ୟାଟେରୀ ସର୍ଟ ସର୍କିଟରୁ କାରରେ ନିଆଁ ଲାଗିଥିବା ବେଳେ କାର ଭିତରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ବାଲୁଗାଁ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇଥିବା ବେଳେ କାରଟି ସମ୍ପର୍ଣ୍ଣ ଜଳି ଯାଇଥିବା ଜଣାପଡିଛି। ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Share This Article