ଧାମନଗରରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ: ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

Odisha Hot News
1 Min Read

ଭୁବନେଶ୍ଵର: ଭଦ୍ରକ ଜିଲ୍ଲା ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ଇଣ୍ଡିଆନ ଅଏଲ ଏମ ସି ପି ଆଇ ପ୍ରାଇଭେଟ୍ କମ୍ପାନୀ ର ସହ ଭାଗିତାରେ ଧାମନଗର ଛକରେ ଏହି ପାର୍କ ପ୍ରତିଷ୍ଠା ହେବ। ଏଥିପାଇଁ ୪ ହଜାର ୩୮୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଏହାକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ବାଗତ କରି ଏହି ପାର୍କ ପ୍ରତିଷ୍ଠା ହେବା ପରେ ବହୁ ନିଯୁକ୍ତି ସୃଷ୍ଟି ହେବ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ କୃତଜ୍ଞତା ଜଣାଇଛନ୍ତି।

Share This Article