ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦିନିକିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Odisha Hot News
1 Min Read

ଭୁବନେଶ୍ଵର: ଯାଜପୁର ଜିଲ୍ଲା ଅକରପଡ଼ା ସ୍ଥିତ ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦିନିକିଆ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ଜିଲ୍ଲା କ୍ରୀଡ଼ା ଅଧିକାରି ଫକିର ମୋହନ ଟୁଡୁ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କ୍ରିଡାର ଆବଶ୍ୟକତା ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ସନ୍ଦର୍ଭରେ ମୁଖ୍ୟ ଅତିଥି ନବକୃଷ୍ଣ ଜେନା ନିଜ ବକ୍ତବ୍ୟରେ କହିଥିଲେ। ଏହା ପରେ ସାଂସ୍କୃତିକ ନୃତ୍ୟ ପରିବେଷଣରୁ ବାର୍ଷିକ କ୍ରୀଡାର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଦୌଡ଼, କବାଡି,ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିନ୍ ଥ୍ରୋ,ଡିସ୍ କସ୍ ଥ୍ରୋ,ସଟ୍ ଫୁଟ୍ ଥ୍ରୋ ସମେତ ବିଭିନ୍ନ ଖେଳର ଆୟୋଜନ କରାଯାଇଥାଲା। କ୍ରୀଡ଼ା ଶିକ୍ଷକ କରନ୍ ଚିଲର୍ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତାର ସୁପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣ କର୍ମଚାରୀ ପ୍ରମୁଖ ସକ୍ରିୟ ଦାୟିତ୍ଵ ସମ୍ପାଦନା କରିଥିଲେ। ଆୟୋଜିତ ଉଦଯାପନ ସମାରୋହରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାର କୃତୀ ପ୍ରତିଯୋଗୀଙ୍କୁ ମେଡାଲ୍ ଓ ସାର୍ଟିଫିକେଟ ପ୍ରଦାନ ପୂର୍ବକ ପୁରସ୍କାର ପ୍ରଦାନ କରାଯାଇଥିଲା।

Share This Article