ଏମିତି ବେଶ କାହିଁକି ହେଲେ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାରଣ

Odisha Hot News
1 Min Read

ମାଲକାନଗିରି: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯେପରି ବେଶ ଧାରଣ କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ସେ ଆଜି ବଣ୍ଡା ଆଦିବାସୀ ମହିଳାଙ୍କ ପରି ବେଶ ହୋଇ ଦେଖାଦେଇଥିଲେ। ତେବେ ଅବସର ଥିଲା ସେ ମାଲାକାନାଗିରି ଗସ୍ତ ବେଳେ ବଣ୍ଡା ମହିଳାମାନେ ସୁଭଦ୍ରା ଯୋଜନା ପାଉଛନ୍ତି କି ନାହିଁ ତାହାର ସମୀକ୍ଷା କରିଥିଲେ। ସେହି ସମୟରେ ସେ ବଣ୍ଡା ମହିଳାଙ୍କ ଅନୁରୋଧରେ ଏପରି ବେଶ ହୋଇଥିଲେ।

ଆଜି ମାଲକାନଗିରି ଜିଲ୍ଲା ର ଖଇରପୁଟ ର ମୁଦୁଲିପଡା ଠାରେ ବଣ୍ଡାଘାଟୀ ଅଞ୍ଚଳରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷା ରେ ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା। ଏହି ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି କହିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି।

Share This Article