ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର , ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ମନୋନିତ

Odisha Hot News
1 Min Read

ଭୁବନେଶ୍ବର: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳବ ଏହି ପୁରସ୍କାର। ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ, ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ।

ତାଙ୍କର ଅନେକ ସୃଷ୍ଟି ମଧ୍ୟରେ ଗତି ଓ ପ୍ରକୃତି, ସୁରେନ୍ଦ୍ର ଗଳ୍ପମାନସ, ଓଡ଼ିଆ କ୍ଷୁଦ୍ରଗଳ୍ପ: ସ୍ରଷ୍ଟାମାନସ,ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ, ମହାପୁରୁଷା ହାଡ଼ିଦାସ ଗ୍ରନ୍ଥାବଳି, ଗଣକବି ଗୋପାଳଦାସ ଗ୍ରନ୍ଥାବଳି,ପଲ୍ଲୀକବି ନନ୍ଦକିଶୋର ଗ୍ରନ୍ଥାବଳି,ଏକାଏକା ନକ୍ଷତ୍ର, ଶେଷ ଶୃଙ୍ଗାର,ସମୟର ଲିପି,ପୁନଶ୍ଚ ମଣିଷ,ଆଲୋକିତ ଅନ୍ଧକାର,ଏକାକୀ ଇଶ୍ୱର,ଅନ୍ୟ ଏକ ପୃଥିବୀ ବିକଳ୍ପ ସତ୍ତା,ବିବର୍ତ୍ତିତ ପୃଥ୍ୱୀ ପ୍ରଭୃତି ଅତି ଉଚ୍ଚକୋଟୀର ।

Share This Article