ଇକୋର୍ସା ପରିଚାଳିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

Odisha Hot News
1 Min Read

ଭୁବନେଶ୍ଵର: ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ଦ୍ୱାରା ମାସକ ପର୍ଯ୍ୟନ୍ତ ପରିଚାଳିତ ଗ୍ରୀଷ୍ମକାଳୀନ ଶିବିର ଆଜି ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି।

ଉଦଯାପିତ ସମାରୋହରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କ୍ୟାମ୍ପ ରେ ଯୋଗଦାନ କରିଥିବା ପିଲାମାନଙ୍କ ଦକ୍ଷତା ପାଇଁ ମହାପ୍ରବନ୍ଧକ ସେମାନଙ୍କୁ ପ୍ରେରଣା ଦେଇଥିଲେ। ଶ୍ରୀ ଫୁଙ୍କୱାଲ ମଧ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କାର ବିତରଣ କରିଥିଲେ l ପିଲାମାନଙ୍କର ଶାରୀରିକ, ମାନସିକ ଓ ନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ଏହି କ୍ୟାମ୍ପ ଆୟୋଜନ କରିବାର ଉଦ୍ଦେଶ୍ୟ ଅଟେ।

ଏହି ଶିବିରରେ ପିଲାମାନଙ୍କୁ କ୍ରିକେଟ, ଭଲିବଲ, ବାସ୍କେଟ ବଲ, ସୁଇମିଙ୍ଗ ଓ ଟେନିସ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉଭୟ ରେଳବାଇ କର୍ମଚାରୀ ମାନଙ୍କର ପିଲାମାନଙ୍କ ସହିତ ବାହାର ପିଲାମାନଙ୍କୁ ସମୁଦାୟ ୧୩୦ ଜଣ ପ୍ରଶିକ୍ଷାର୍ଥୀ ଏହି ଶିବିରରେ ଯୋଗଦାନ କରିଥିଲେ।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ଇକୋର୍ସା ସଭାପତି ଭି ଆର ଲେନିନ ଏବଂ ଇକୋର୍ସା ସମ୍ପାଦକ ଏ କେ ବେହେରା ପ୍ରମୁଖ ଏହି ଅବସରରେ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

Share This Article