ବାହାରିଲା କଂଗ୍ରେସ ଶୋଭାଯାତ୍ରା, ବିଧାନସଭା ସଂଯୋଗ ରାସ୍ତା ସିଲ, 80 ପ୍ଲାଟୁନ ଫୋର୍ସ ମୁତୟନ

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାମମନ୍ଦିର ଛକରୁ ରାଜ୍ୟର ବରିଷ୍ଠ ନେତାଗଣ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡକୁ ଆସୁଛନ୍ତି। ସେହିପରି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସୁଥିବା କର୍ମିମାନେ ବିଧାନସଭାକୁ ସଂଯୋଗ ହୋଇଥିବା ରାସ୍ତାରେ ଶୋଭାଯାତ୍ରା କରି ଆସୁଛନ୍ତି। ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଏହି ଘେରାଉ କରାଯାଉଛି।

ଅନ୍ୟପକ୍ଷରେ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ 80 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲି ରାତିରୁ ଏହି ଫୋର୍ସ ଜଗି ରହିଛନ୍ତି। ସେହିପରି ବିଧାନସଭା ସହିତ ସଂଯୋଗ ରାସ୍ତାକୁ ପୋଲିସ ସିଲ କରିଦେଇଛି। ବିଶେଷ କରି ଗାନ୍ଧୀ ମାର୍ଗରେ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଯେପରି ବିକ୍ଷୋଭକାରୀ ବିଧାନସଭା ଭିରତକୁ ନ ପଶିପାରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Share This Article