ସାମ୍ବାଦିକାଙ୍କୁ କୁକୁର ଲଗାଇ ଆକ୍ରମଣ କରିବା ଘଟଣା: ସାମ୍ବାଦିକ ସଂଘ ତରଫରୁ ପ୍ରତିବାଦ

Odisha Hot News
0 Min Read

ରଣପୁର: ଗତକାଲି ଭୁବନେଶ୍ୱରରେ ଅର୍ଗସ ସାମ୍ବାଦିକାଙ୍କୁ କୁକୁର ଲଗାଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ପ୍ରତିବାଦରେ ରଣପୁର ସାମ୍ବାଦିକ ସଂଘ ତରଫରୁ ପ୍ରତିବାଦ ସହ ଅଭିଯୁକ୍ତ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ରଣପୁର ଥାନା ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଛି।

ଏଥିରେ ରଣପୁରର ଆଞ୍ଚଳିକ ସାମ୍ବାଦିକ ସଂଘ ଓ ଓଜେୟୁ ସଂପୂର୍ଣ୍ଣ ସହଯୋଗ କରିଥିଲେ।  ଏଭଳି ଘଟଣାକୁ ନିନ୍ଦା କରାଯାଇଥିବା ସହ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ବୋଲି ଦାବି କରାଯାଇଥିଲା।

Share This Article