ଆଇଏଏସ ବିଷ୍ଣୁ ସେଠୀଙ୍କ ଘର ଆଗରେ କଂଗ୍ରେସର ବିକ୍ଷୋଭ ବେଳେ ମହୁମାଛି କଲେ ଆକ୍ରମଣ

Odisha Hot News
1 Min Read

ଭୁବନେଶ୍ବର: ଆଜି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବା ବେଳେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ତାହା ହେଲା ବିକ୍ଷୋଭ ବେଳେ ସେଠାରେ ଥିବା ମହୁଫେଣାରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର ସଭ୍ୟମାନେ ସେଠାରୁ ଛିନ୍ନଛତ୍ର ହୋଇଥିଲେ।

କେବଳ କଂଗ୍ରେସ କର୍ମି ନୁହଁନ୍ତି ସେଠାରେ ମୁତୟନ ହୋଇଥିବା ପୋଲିସମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଥିଲେ। କଂଗ୍ରେସ କର୍ମିମାନେ ହାତରେ ଧରିଥିବା ବ୍ୟାନର ପୋଷ୍ଟରେ ମହୁମାଛିକୁ ଘଡାଇବାରେ ଲାଗିଥିଲେ। ସେହିପରି ବହୁ କର୍ମୀ ସେଠାରୁ ଗାଡି ଧରି ଜୋରରେ ପଳାଇଥିଲେ।

ସେମାନେ ବିଷ୍ଣୁପଦ ସେଠୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କରି ଏହି ବିକ୍ଷୋଭ କରିଥିଲେ। ବିଷ୍ଣପଦ ବିଭିନ୍ନ ଦୁର୍ନିତିରେ ଫସି ରହିଛନ୍ତି। ତାଙ୍କୁ ସିବିଆଇ ତୁରନ୍ତ ଗିରଫ କରାଯାଉ ବୋଲି ହାଙ୍ଗାମା କରୁଥିଲେ। ହେଲେ ମହୁମାଛିଙ୍କ ଉତ୍ପାତ ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।

Share This Article