ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି: ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀଙ୍କ ଶୁଣିବେ ଅଭିଯୋଗ

Odisha Hot News
0 Min Read

ଭୁବନେଶ୍ୱର: ଆସନ୍ତାକାଲି ଡିସେମ୍ବର ୧୬ ତାରିଖ (ସୋମବାର) ରେ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ଅକ୍ଟୋବର ୨୮ ତାରିଖ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ନିମନ୍ତେ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଆସନ୍ତାକାଲି ଏହି ଜନ ଶୁଣାଣିରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଦରଖାସ୍ତକାରୀ ସେମାନଙ୍କର ପଞ୍ଜିକରଣ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

Share This Article