ମର୍ସିଡିଜ କାରରୁ ଦଶ ଲକ୍ଷ ଟଙ୍କା ମିଳିବା ଘଟଣା, ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ

Odisha Hot News
1 Min Read

ଭୁବନେଶ୍ବର: ଏକ ମର୍ସିଡିଜ କାରରୁ ଦଶ ଲକ୍ଷ ଲାଞ୍ଚ ଟଙ୍କା ମିଳିବା ଘଟଣାର ନୂଆ ମୋଡ ନେଇଛି। ଏ ନେଇ ସିବିଆଇ ତନାଘନା କରିବା ପରେ ଜଣେ ଆଇଏଏସଙ୍କୁ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଛି। ସେ ହେଉଛନ୍ତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ତାଙ୍କୁ ଗତ 10 ତାରିଖରେ ହାଜର ହେବା ପାଇଁ ନୋଟିସ ଜାରୀ କରାଯାଇଥିଲା। ହେଲେ ସେ ହାଜର ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ। ତେବେ ଆଜି ସେ ହାଜର ହେବେ ବୋଲି ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଭାରତ ସରକାରଙ୍କ ବ୍ରିଜ୍ ଆଣ୍ଡ ରୁଫ କରପୋରେସନ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିଥାଏ। ବିଷ୍ଣୁପଦ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ସ୍କୁଲ ମରାମତି ପାଇଁ ଏହି ସଂସ୍ଥାକୁ କାମ ନେବା ପାଇଁ ଚିଠି କରିଥିଲେ। ଏପରିକି ସଂସ୍ଥା କେତେ ଖର୍ଚ୍ଚ ହେବ ବୋଲି ଏକ ରିପୋର୍ଟ ଦେବା ପାଇଁ କୁହାଯାଇଥିଲା। ହେଲେ ସିବିଆଇ କେଉଁ କାରଣ ପାଇଁ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ତାହା ଜଣାପଡି ନାହିଁ।

ବିଷ୍ଣୁପଦଙ୍କ ସହ ତାଙ୍କର ଡ୍ରାଇଭରମାନଙ୍କୁ ମଧ୍ୟ ସିବିଆଇ ସମନ କରିଥିବାର ଜଣାପଡିଛି।

Share This Article