ଉତ୍ତରପ୍ରଦେଶରୁ ବ୍ରହ୍ମପୁରକୁ ଆସିଲା ୩୫୦ କୁଇଣ୍ଟାଲ୍ ଆଳୁ

Odisha Hot News
1 Min Read

ଭୁବନେଶ୍ଵର: ଉତ୍ତର ପ୍ରଦେଶରୁ ପ୍ରାୟ ୩୫୦ କୁଇଣ୍ଟାଲ୍ ଆଳୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ପହଞ୍ଚିଛି। ୭୧୫ ପ୍ୟାକେଟ୍‌ ରେ ଆସିଥ‌ିବା ଆଳୁକୁ ଯୋଗାଣ ବିଭାଗ ତରଫରୁ ସାଧାରଣ ବଣ୍ଟନ କେନ୍ଦ୍ର ଗୁଡ଼ିକୁ ପ୍ରଦାନ କରାଯାଇଛି। ସହରରେ ଥିବା ୭୪ ଟି ସାଧାରଣ ବଣ୍ଟନ କେନ୍ଦ୍ରରେ କିଲୋ ୩୦ ଟଙ୍କାରେ ଆଳୁ ବିକ୍ରି କରାଯାଇଛି। ଫଳରେ ଚଢ଼ା ଦରରେ ଆଳୁ କ୍ରୟ କରୁଥିବା ବ୍ରହ୍ମପୁର ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଅନ୍ୟପଟେ ଖୁଚୁରା ବଜାରରେ ମଧ୍ୟ ଆଳୁ ଦାମ ସାମାନ୍ୟ ହ୍ରାସ ପାଇଛି। ସହରରେ ଶୁକ୍ରବାର ଆଳୁ କିଲୋ ପିଛା ୪୦ ଟଙ୍କାରେ ରେ ବିକ୍ରି କରାଯାଇଛି। ବଜାରରେ ବ୍ୟାପକ ପରିମାଣର ଆଳୁ ମହଜୁଦ ଥୂବା ଯୋଗୁ ଚଢ଼ା ଦରରେ ଯଦି ବିକ୍ରି କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ପିଆଜ ଦର କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି। ବଜାରରେ ଏବେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି।

Share This Article