ସମୟ ପୂର୍ବରୁ ଶେଷ ହେଲା ବିଧାନସଭା, ଜାଣନ୍ତୁ କେମିତି ଥିଲା ଏହି ଶୀତ ଅଧିବେସନ

Odisha Hot News
1 Min Read

ଭୁବନେଶ୍ବର: ସମୟ ପୂର୍ବରୁ ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେସନ। ଏହି ଅଧିବେସନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ତା ପୂର୍ବରୁ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏଥର ଏହି ଅଧିବେସନରେ ମୋଟ  ୧୬ଟି କାର୍ଯ୍ୟଦିବସ ରଖାଯାଇଥିଲା। ହେଲେ ୧୨ଟି କାର୍ଯ୍ୟଦିବସ ପରେ ଗୃହକୁ ମୁଲତବୀ ରଖାଯାଇଛି।

ଏହି ଅଧିବେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଆଗତ କରିଥିଲେ, ଯାହା ପରିତ ହୋଇଯାଇଛି। ସେହିପରି ଏହି ଅଧିବେସନରେ ୨ଟି ସରକାରୀ ବିଲ୍ ସହ ୧୦ଟି ବେସରକାରୀ ବିଲ୍ ଆଗତ ହେଇଥିଲା। ସେହିପରି ଏହି ଅଧିବେସନର ଆରମ୍ଭ ବେଶ ହଟ୍ଟଗୋଳ ମଧ୍ୟରେ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହିତ ଗୃହ ଚାଲିଥିଲା।

 

Share This Article