କାହିଁକି ବିଧାନସଭା ବନ୍ଦ କରିଦେଲେ ରାଜ୍ୟ ସରକାର, ଏସଏଚଜି ମହିଳାଙ୍କୁ ଡରିଗଲେ କି ?

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେସନ ଶେଷ ହୋଇଛି। ଏହି ଅଧିବେସନ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା ହୋଇଥିଲା। ହେଲେ 20 ଦିନ ପୂର୍ବରୁ ଗୃହକୁ ହଠାତ ବନ୍ଦ କରିଦିଆଗଲା। ଏହି ଅଧିବେସନରେ ଅତିରିକ୍ତ ବଜେଟ ପାଶ ହେବାର ଥିଲା, ଯାହା ଶେଷ ହୋଇଯାଇଛି। ଫଳରେ ଆଗକୁ ଆଉ କିଛି ଗୁରୁତ୍ବ ନ ଥିବା ଅନୁଭବ କରି ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

ତେବେ ତରବରିଆ ଭାବେ ଗୃହକୁ ଏପରି ବନ୍ଦ କରିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ହେଲା ଯେ, ବିଧାନସଭାପରି ଗୁରୁତ୍ବପୂର୍ଣ୍ଣ ବୈଠକକୁ ବାତିଲ କରିବା ଠିକ ନୁହେଁ। ପୂର୍ବରୁ ବିଜେଡି ସରକାର ଏପରି ଗୃହକୁ ପୂର୍ବରୁ ବନ୍ଦ କରୁଥିବାରୁ ବିଜେପି ସମାଲୋଚନା କରୁଥିଲା। ହେଲେ ଏବେ ଖୋଦ ବିଜେପି ସରକାର ଏପରି କରିବା ଠିକ ନୁହେଁ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ସରକାର ରାଜରାସ୍ତାରେ ବସିଥିବା ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ଡରି ଗୃହକାର୍ଯ୍ୟ ବନ୍ଦ କରିଦେଲେ ବୋଲି କୁହାଯାଉଛି। କାରଣ ହଜାର ହଜାର ମହିଳା ରାଜରାସ୍ତାରେ ଶୀତକାକରରେ ବସିରହିଛନ୍ତି। ସେମାନଙ୍କର ନଅ ମାସ ଧରି ଦରମା ଦିଆଯାଉ ନ ଥିବାରୁ ତାହାର ପ୍ରତିବାଦରେ ଧାରଣା ଦେଇଛନ୍ତି। ଯାହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହେବାରେ ଲାଗିଛି।

ମହିଳାମାନଙ୍କୁ ସଶକ୍ତ କରାଯାଉଛି ବୋଲି ବିଜେପି ସରକାର କହୁଥିବା ବେଳେ ସେହି ମହିଳା ଗ୍ରୁପର ଦରମା କିପରି ବନ୍ଦ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ଆନ୍ଦୋଳନ ଧିରେ ଧିରେ ଦାନା ବାନ୍ଧୁଥିଲା ଯାହା ସରକାରଙ୍କୁ ଅଡୁଆରେ ପକାଇବାର ସମ୍ଭାବନା ରହିଥିଲା। ଏସବୁ ଜାଣିବା ପରେ ବିଜେପି ବିଧାୟକମାନେ ବିଧାନସଭା ବନ୍ଦ କରିଦେବାକୁ ଉଚିତ ମନେକଲେ।

Share This Article